![]() |
'Cuttack weds Sambalpur' official poster |
Released on: 19 November 2021
Screenplay & Direction: Bappi David
Produced by: Ramesh Barik & K. Tamanna
Production Co.: RR Events & Studio 365
Story & Dialogues: Jatindra Pradhan & Jitendra Seth
Editing: Amarjit Jena
Cinematography: Amaresh Jena
Music: Baidyanath Dash & Kamalesh Chakraborty
Cast: Sambit Acharya, Sushmita Pradhan (Debut), Kuna Tripathy, Pintu Nanda, Pradeep Devta, Guddu, Mahaprasad Kar and others
Genre: Romance, Drama
Synopsis:
କାହାଣୀର ନାୟକ 'ସମୀର' ଜଣେ ମଞ୍ଚ କଳାକାର. ସେ ସମ୍ବଲପୁରରେ ତା' ଜେଜେ (ଦାଦା ବୁଢ଼ା) ସହିତ ରହେ. ଭାଇ ଭାଉଜ ରହନ୍ତି ବାଙ୍ଗାଲୋରରେ. କାଳକ୍ରମେ କାହାଣୀର ନାୟିକା 'କନିକା' ଯିଏ କଟକର ଏକ କର୍ପୋରେଟ ଅଫିସରେ କାମ କରେ, କୌଣସି ଏକ ୱାର୍କସପରେ ଯୋଗ ଦେବା ପାଇଁ ସମ୍ବଲପୁର ଆସେ. ସେଠାରେ ସମୀର ସହ ତା'ର ଦେଖା ହୁଏ ଏବଂ ଦୁହେଁ ପରସ୍ପରକୁ ଭଲପାଇବସନ୍ତି. ଅଳ୍ପ ଦିନର ରହଣି ପରେ କନିକା ଫେରିଯାଏ କଟକ. ଏପଟେ ଦାଦା ବୁଢ଼ା ଅସୁସ୍ଥ ହୋଇ ଡାକ୍ତରଖାନାରେ ଭର୍ତ୍ତି ହୁଅନ୍ତି ଓ ଶେଷ ଅବସ୍ଥାରେ ନାତୁଣୀ ବୋହୂର ଫୋଟୋକୁ ଦେଖି ଶେଷ ନିଶ୍ୱାସ ତ୍ୟାଗ କରନ୍ତି. ସମୀର କଣିକାକୁ ଫୋନ କରେ, ମେସେଜ ଦିଏ କିନ୍ତୁ କନିକା ତରଫରୁ କିଛି ଉତ୍ତର ପାଏନି. ସମୀର ଭାବେ କନିକା ତାକୁ ଭୁଲିଗଲା ଏବଂ କନିକା ଯେ ପର୍ଯ୍ୟନ୍ତ ତାକୁ କ୍ଷମା ମାଗି ନିଜ ଆଡୁ ଫୋନ ନ କରିଛି ସେ ପର୍ଯ୍ୟନ୍ତ ସମୀର ତା ସହ ସମ୍ପର୍କ ରଖିବନି ବୋଲି ଦାଦା ବୁଢ଼ାର ଦ୍ୱାହି ଦେଇ ରାଣ ଖାଏ. ଏପଟେ ସମାଜରେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିବା ପାଇଁ ଲାଗି ପଡ଼େ ସମୀର. ଖୁବ କମ ଦିନରେ ନିଜର ଅଧ୍ୟବସାୟ ବଳରେ ଆର. ଆର. ଇଭେଣ୍ଟସ ନାଁରେ ଏକ ସଂସ୍ଥା ଖୋଲି ସେ ହୋଇଯାଏ ସମ୍ବଲପୁରର ନମ୍ବର. ୧ ଇଭେଣ୍ଟ ଅର୍ଗାନାଇଜର. ସମୀର ର ଭାଇ ଭାଉଜ ତା' ସାଙ୍ଗ ପପୁ ଠାରୁ ସମୀରର ପ୍ରେମ କାହାଣୀକୁ ଶୁଣିଲା ପରେ ସିଧା ପହଞ୍ଚି ଯାଆନ୍ତି କଟକ, କନିକାର ଘରେ. କନିକା କହେ ସେ ସମୀରକୁ ବହୁତ ଭଲ ପାଏ. ସେ ସମ୍ବଲପୁରରୁ ଫେରିଲା ପରେ ଫୋନ ମାଧ୍ୟମରେ ଅନେକ ଥର ସମୀର ସହ ଯୋଗାଯୋଗ କରିବା ପାଇଁ ଚେଷ୍ଟା କରିଛି ମାତ୍ର ସମୀର ତାର କୌଣସି ଉତ୍ତର ଦେଉନି. ଏହାପରେ ସେମାନେ ସମସ୍ତେ ମିଶି ଏକ ଯୋଜନା ପ୍ରସ୍ତୁତ କରନ୍ତି. କନିକାର ବାପା ବିଶ୍ବନାଥ ବାବୁ ସମ୍ବଲପୁର ଆସି ତାଙ୍କ ସାଙ୍ଗ ପଞ୍ଚାନନ ବାବୁଙ୍କ ସାହାଯ୍ୟ ନେଇ ପହଞ୍ଚି ଯାଆନ୍ତି ସମୀର ପାଖକୁ ଓ କନିକାର ବାହାଘର ତାଙ୍କ ସାଙ୍ଗର ପୁଅ ସହିତ 'କଟକ ୱେଡ୍ସ ସମ୍ବଲପୁର' ନାଁରେ କରାଇବା ପାଇଁ ଆର. ଆର. ଇଭେଣ୍ଟସର ଅର୍ଗାନାଇଜର ସମୀର ସହିତ ଚୁକ୍ତି କରନ୍ତି.
ସମୀର ବାହାଘର ମଣ୍ଡପରେ କନିକାକୁ ଦେଖି ସନ୍ଦେହରେ ପଡ଼ିଯାଏ. କନିକା ତାକୁ ଚିହ୍ନିକି ନ ଚିହ୍ନିବର ଅଭିନୟ କରେ. କାଳକ୍ରମେ ସେଇଠି ପହଞ୍ଚି ଯାଏ କାହାଣୀର ଖଳନାୟକ 'କୁନାଲ' ଏବଂ ପର୍ଦ୍ଦାଫାଶ କରେ ଯେ ସେ ହିଁ ଫୋନ ନମ୍ବର ଏପଟ ସେପଟ କରି କନିକା ଆଉ ସମୀର ଭିତରେ ମନାନ୍ତର ସୃଷ୍ଟି କରିଥିଲା, ଯେହେତୁ ସେ ନିଜେ କନିକାକୁ ଆଗରୁ ଭଲ ପାଉଥିଲା ଏବଂ ତାକୁ ବାହା ହେବାକୁ ଚାଁହୁଥିଲା. ଏହା ପରେ ସେ ସମସ୍ତଙ୍କୁ ବନ୍ଧୁକ ଦେଖାଇ କନିକାକୁ ସେଇଠୁ ଅପହରଣ କରିନିଏ. ଶେଷରେ ସମୀର କୁନାଲ ପାଖରୁ କନିକାକୁ ଉଦ୍ଧାର କରେ ଏବଂ ସେମାନଙ୍କ ପୁନର୍ମିଳନ ହୁଏ.
Songs: Unavailable
Official Posters: